Unknown

 

 

 

 

 

 

 

 

 

 

ଆଶ୍ରମେ ପ୍ରଭାତ

ସ୍ୱଭାବକବି ଗଂଗାଧର ମେହେର

 

(ରାଗ: ଚୋଖି)

 

ମଙ୍ଗଳେ ଅଇଲା ଉଷାବିକଚ-ରାଜୀବ ଦୃଶା

ଜାନକୀ-ଦର୍ଶନ-ତୃଷା ହୃଦୟେ ବହି,

କରପଲ୍ଲବେ ନୀହାର-ମୁକ୍ତା ଧରି ଉପହାର

ସତୀଙ୍କ ବାସ-ବାହାର-ପ୍ରାଙ୍ଗଣେ ରହି,

କଳକଣ୍ଠ-କଣ୍ଠେ-କହିଲା,

‘‘ଦରଶନ ଦିଅ ସତୀ, ରାତି ପାହିଲା’’ ।୧।

 

ଅରୁଣ କଷାୟବାସ, କୁସୁମ କାନ୍ତି-ବିକାଶଆ

ପ୍ରଶାନ୍ତ-ରୂପ, ବିଶ୍ୱାସ ଦିଅନ୍ତି ମନେ,

କେଉଁ ଯୋଗେଶ୍ୱରୀ ଆସିମଧୁର ଭାଷେ ଆଶ୍ୱାସି

ଡାକୁଛନ୍ତି ଦୁଃଖରାଶି-ଉପଶମନେ,

ଦେବା ପାଇଁ ନବ ଜୀବନ

ସ୍ୱର୍ଗୁଁ କି ଓହ୍ଲାଇଛନ୍ତି ମର୍ତ୍ତ୍ୟଭୁବନେ ।୨।

 

ସମୀର ସଙ୍ଗୀତ ଗାଏ, ଭ୍ରମର ବୀଣା ବଜାଏ,

ସୁରଭି ନର୍ତ୍ତନେ ଥାଏ ଉଷା ନିର୍ଦ୍ଦେଶେ,

କୁମ୍ଭାଟୁଆ ହୋଇ ଭାଟଆରମ୍ଭିଲା ସ୍ତବ ପାଠ

 

 

 

 

 

କଳିଙ୍ଗ ଅଇଲା ପାଟ ମାଗଧ ବେଶେ,

ଲଳିତ ମଧୁରେ କହିଲା,

‘‘ଉଠ ସତୀ ରାଜ୍ୟ-ରାଣୀ, ରାତି ପାହିଲା’’ ।୩।

 

ମୁନି-ମୁଖ-ବେଦ-ସ୍ୱନପୂର୍ଣ୍ଣ କଲା ଶ୍ୟାମବନ

ଉଠିଲା ଭେଦି ଗଗନ ଉଚ୍ଚ ଓଁକାର,

ବୈକୁଣ୍ଠେ ଦେଇ ତୃପତିଅନନ୍ତ ଶ୍ରୁତିକି ଗତି

ବିହିଲା କି ସରସ୍ୱତୀ ବୀଣା ଝଙ୍କାର;

ବେଳୁଁ ବେଳ ବନ ଉଜ୍ଜ୍ୱଳ,

ମନ୍ତ୍ରବଳେ ଯେହ୍ନେ ବଢ଼ି ଆସିଲା ବଳ ।୪।

 

ଏକାଳେ ବ୍ରହ୍ମଚାରିଣୀଅନୁକମ୍ପା ତପସ୍ୱିନୀ

ଆସି ଜନକନନ୍ଦିନୀ ପାଶେ ଗମ୍ଭୀରେ,

ବୋଇଲେ, ଉଠ ବୈଦେହୀ,ଉଷା ସୁକୁମାର ଦେହୀ

ଆସିଛି, ଦର୍ଶନ ଦେଇ ତୋଷ ବିଧିରେ,

ତମସା ରହିଛି ଅନାଇ

କୋଳ କରି ଥରେ ସୁଖ ଲଭିବା ପାଇଁ ।୫।

 

 

 

ପଦ୍ମିନୀ-ହୃଦ-ଶିଶିର-ବିନ୍ଦୁରେ ଖର-ରଶ୍ମିର

ପ୍ରତିବିମ୍ବ ପରି, ବୀର ରାମ ମୂରତି,

ଶୋକ ଜର୍ଜରିତ ଚିତ୍ତ-ଫଳକେ କରି ଚିତ୍ରିତ

ହେଲେ ଆସନୁଉତ୍ଥିତ ଜାନକୀ-ସତୀ;

ନମି ଅନକମ୍ପା ପୟରେ

ବନ୍ଦିଲେ ଉଷାର ପଦ ସବିନୟରେ ।୬।

 

ବୋଇଲେ ତାକୁ ପ୍ରଶଂସି,ତୁମ୍ଭେ ତିମିର-ବିଧ୍ୱଂସି

ରବି-ଆଗମନ-ଶଂସୀ ହୁଅ ସଂସାରେ,

ତୁମ୍ଭ କୋମଳ ଚରଣକରେ ଜ୍ୟୋତି ଆହରଣ

ତହିଁ ଯାଉଛି ଶରଣ ଦୃଢ଼ ଆଶାରେ,

ଶୁଭ୍ର-ସଉରଭ ରସିକେ,

ଶୁଭ ସମ୍ପାଦିନୀ ହୁଅ ରଘୁବଂଶିକେ ।୭।

 

ଉତ୍ସୁକ ହୃଦୟେ ରାତ୍ରୀଶେଷରେ ଆଶ୍ରମ ଧାତ୍ରୀ

ତମସା ନିର୍ମଳ-ଗାତ୍ରୀ ପବିତ୍ର-ଧରା

ପ୍ରାଙ୍ଗଣେ କୁସୁମ ବିଞ୍ଚିସୁବାସିତ ନୀର ସିଞ୍ଚି

 

 

 

 

ମଙ୍ଗଳପ୍ରଦୀପ ରଚି ପ୍ରଭାତୀ ତାରା,

ମୁହୁର୍ମୁହୁଃ ମୀନ-ନୟନେ

ଚାହୁଁଥିଲା ସୀତା-ସତୀ-ଶୁଭାଗମନେ ।୮।

 

ଉଟଜୁ ତାପସ-କନ୍ୟା-ଗଣଙ୍କ ଆଦର ବନ୍ୟା

ପ୍ଲାବନେ ଜଗତ-ଧନ୍ୟା-ସତୀ-ରତନ

ବାହାରି ଅବଗାହନେଅନୁକମ୍ପାଙ୍କ ଗହଣେ

ତମସା ଧାର ବହନେ କଲେ ଗମନ;

ସତୀଙ୍କି ତମସା ଅଙ୍କରେ

ଘେନି ସ୍ନେହେ ଆଲିଙ୍ଗିଲା ତରଙ୍ଗ-କରେ ।୯।

 

ଅମୃତ ମଧୁର ସ୍ୱରେଭାଷିଲା ପରିତୋଷରେ,

‘‘ମାଆ ଗୋ, ମୋ ମାନସରେ ନ ଥିଲା ଆଶା,

କରିବ ଅଙ୍କେ ବିହାରରାଜଲକ୍ଷ୍ମୀ-ହୃଦହାର

ସୀତା କରି ପରିହାର ଭୋଗ-ପିପାସା,

ଭାଗ୍ୟବତୀ ମୋତେ ସଂସାରେ

ବୋଲିବେ ତୋ’ଯୋଗୁଁ ଏକା ପରଶଂସାରେ ।୧୦।

 

 

ବନେ ବନେ ଭ୍ରମି ଭ୍ରମିଗଣ୍ଡ-କୁହୁକେ ନ ଭ୍ରମି

ବହୁ ବାଧା ଅତିକ୍ରମି ସ୍ୱଚ୍ଛ ଜୀବନେ,

ଅନ୍ଧାର ଦୁଃଖ ନ ଗଣିଆଲୋକ ସୁଖ ନ ମଣି

ଚାଲିଛିଁ ଦୂର ସରଣୀ ନତ ବଦନେ;

ଜନମ କରୁଛି ସଫଳ

ତୋୟ ଦାନେ ତୋଷି ତୀରବାସୀ ସକଳ ।୧୧।

 

ମନ୍ଦାକିନୀ, ଗୋଦାବରୀସେସବୁ ଗୁଣେ ମୋ’ସରି

ତଥାପି ବର୍ଦ୍ଧନ କରିଛନ୍ତି ଗୌରବ

ଲଭି ତୋ ପବିତ୍ର ପଦଚିହ୍ନ ଅକ୍ଷୟ ସମ୍ପଦ

ଦିବିଷଦ-ପଦ-ପ୍ରଦ ଅଙ୍କ ସୌରଭ,

ତାହା ଥିଲା ମୋର ବାଞ୍ଛିତ,

ତଦଭାବେ ହେଉଁଥିଲି ମନେ ଲାଞ୍ଛିତ ।୧୨।

 

କରିଥିଲି ଶୁଭ କର୍ମବୋଲି ଆଣିଦେଲା ଧର୍ମ

ସମୟେ ତୋତେ ମୋ ମର୍ମବାସନା ଜାଣି,

ପାଇଛି ଦୁର୍ଲଭ ଧନକରିବି ତୃପ୍ତି ସାଧନ

ନିତି କରି ସମ୍ବୋଧନ କୋଳକୁ ଆଣି;

ଅଙ୍ଗ ପରିମଳ ତୋହର

ହେବ ମୋର ଜୀବନର କଳୁଷ-ହର ।୧୩।

ମୋ କୋଳ-କେଳି ଚପଳସାରସ ମରାଳଦଳ

କୋକ ଯୁଗଳ ଯୁଗଳ ବକ ପଂକତି

ତୋ ପୁଣ୍ୟମୟ ଶରୀରକ୍ଷାଳନେ ପୂତ ମୋ' ନୀର

ପାନେ ବଞ୍ଚିଥିବେ ଚିରଦିନ ମୋ କତି,

କଳନାଦ ଛଳେ ତୋ ଯଶଃ

ଗାଇ ମୋ ଶ୍ରୁତିକି ତୋଷୁଥିବେ ଅଜସ୍ର ।୧୪।

 

ପତିବ୍ରତା ଅଙ୍ଗେ ଲାଗିପବିତ୍ର ହେବାର ଲାଗି

ବ୍ରତତୀ-ବାସ-ବିରାଗୀ ପ୍ରସୂନମାନ

ଦୂରୁଁ ଦୂରୁଁ ଝାସି ଝାସିଧାଇଁଥିବେ ଭାସି ଭାସି

ଭ୍ରମୁଥିବେ ଆସି ଆସି ତୋ ସନ୍ନିଧନ;

ସ୍ନାନ ସମୟେ ମୋ ପୟରେ

ଦୟାମୟି ! ନ ପେଲିବୁ ତାଙ୍କୁ ପୟରେ ।୧୫।

 

ମୋ କୂଳେ ଚାଳି ଚରଣକରିବୁ ମୋ ବିଚରଣ

ବ୍ୟପଦେଶେ ବିତରିଣ ଅମରକାନ୍ତି,

ତା' ଲଭି ବନ ପାଦପ-ରାଜି ହୋଇ ଦପଦପ

ବହିବେ ଅମର-ଦର୍ପ ବିହିବେ ଶାନ୍ତି,

ପଲ୍ଲଲେ ପାଟଳ ଶ୍ୟାମଳ,

ରୁଚିର ରୁଚି ରହିବ ଚିର ନିର୍ମଳ ।୧୬।

 

ସୀତା ବୋଇଲେ, ‘‘ପନୀର-ମଧୁର ଏ ସ୍ୱଚ୍ଛନୀର;

ନୀର ନୁହେଁ, ଜନନୀର କ୍ଷୀର ପ୍ରତ୍ୟକ୍ଷେ,

ଗିରି-ସ୍ତନୁ ବିନିସୃତହୋଇ ଆସୁଛି ଅମୃତ

ଧାରା ପରି ସୀତାମୃତକଳପା ଲକ୍ଷେ,

ଓହୋ ତୁ ତ ମୋ ମା ଏ ଦେଶେ,

ମୋ' ଦୁଃଖେ ବିଦୀର୍ଣ୍ଣ-ବକ୍ଷା ତମସା ବେଶେ ।୧୭।

 

ଛେଦ ଭେଦିଅଛି ପୃଷ୍ଠସେ ପାଖ ହେଉଛି ଦୃଷ୍ଟ

ତଥାପି ସୁତାକୁ ତୁଷ୍ଟ କରିବା ପାଇଁ

ଫିଟାଇ ସ୍ନେହ-ଲୋଚନପ୍ରୀତି-ମଧୁର-ବଚନ

ବିନ୍ୟାସେ ଚାଟୁ ରଚନ କରୁ ଗେହ୍ଲାଇଁ;

ଧନ୍ୟ ଧନ୍ୟ ମା ତୋ ହୃଦୟ,

ମୋ’ଦୁଃଖ-ଆତପ ପାଇଁ ବାଲୁକାମୟ ।୧୮।

 

ରାମ-ସାମ୍ରାଜ୍ୟେ ଯେ ସୀତାଲୋକ-ଲୋଚନେ ଦୂଷିତା

ହୋଇ ଚିର ନିର୍ବାସିତା ସେ ତୋର ମତେ ।

ନିଜ ପତିବ୍ରତା ଧର୍ମ-ବଳେ ସ୍ଥାବରଜଙ୍ଗମ

 

 

 

 

ପବିତ୍ରକରଣେ କ୍ଷମ ହେବ ଜଗତେ;

ମାତା ବୁଝେ ସୁତା ବେଦନା

ମାତା-ନେତ୍ରେ-ଦଗ୍ଧ ମୁଖୀ ଚନ୍ଦ୍ରବଦନା ।୧୯।

 

ତୋ’ତୀର ଚିର ଆଶ୍ରୟହେଲାଣି ମୋର ନିଶ୍ଚୟ;

ଭରସା ତୋ’ଶାନ୍ତିମୟ ପଦକମଳେ;

ଶୂନ୍ୟ ଯାର ଚରାଚରଜନନୀ କୋଳ ମାତର

ତାର ଆଦର-ଆକର ମହୀମଣ୍ଡଳେ,

ଜନନୀ ଯା ରତ୍ନଗରଭା,

କାହିଁକି ସେ ଅନ୍ୟ ସ୍ଥନ ଲୋଡ଼ିବ ଅବା’’ ।୨୦।

 

ସୁଶୀତଳ ସୁନିର୍ମଳପବିତ୍ର ତମସା-ଜଳ

ତଥା ସ୍ୱଭାବ ସକଳ ମୁନିସୁତାଙ୍କ,

ସ୍ନେହେ ତମସା ଚଞ୍ଚଳକରି ପ୍ରତିବିମ୍ବ ଛଳ

ହୋଇଗଲା ଅବିକଳ ସ୍ୱରୂପ ତାଙ୍କ,

ଆଲିଙ୍ଗନେ ତାଙ୍କ ବିଗ୍ରହେ

ବିଗ୍ରହ ମିଶାଇ ଦେଲା ଶୀଘ୍ର ସାଗ୍ରହେ ।୨୧।

 

 

 

 

ସତତ ସୀତା ସକାଶରହି ଚାହିଁବା ସକାଶ

ପାଇ ଶୁଭ ଅବକାଶ ଏହି ଉପାୟେ,

ହୋଇ ବହୁନେତ୍ରବତୀବହୁ ହୃଦ ବହୁ ମତି

ଲାଭ କଲା, ବୁଦ୍ଧିମତୀ, ଅନେକ କାୟେ;

ସମଧର୍ମ ସମଗୁଣରେ

ମିଶି ମନ ତୋଷ ଲଭେ ବହୁ ଗୁଣରେ ।୨୨।

 

ସମସ୍ତେ ଅବଗାହନବଢ଼ାଇ ପ୍ରତ୍ୟାଗମନ

କରି ବାଲ୍ମୀକି ଚରଣ କଲେ ବନ୍ଦନା;

ଆଶିଷେ ମୁନି-ପୁଙ୍ଗବବୋଇଲେ; ‘‘ଜ୍ଞାନ ବିଭବ-

ଅର୍ଜନେ ସୁସିଦ୍ଧି ଲଭ କରି ସାଧନ;’’

ବିଶେଷେ ସୀତାଙ୍କୁ ସାଦରେ

ବୋଇଲେ, ବୀରସୂ ହୁଅ ଅପ୍ରମାଦରେ ।୨୩।

 

ନନ୍ଦିନି ! ତୁ ଏ ଆଶ୍ରମ-ପାଦପଙ୍କୁ ସ୍ନେହ-ଶ୍ରମ

ପ୍ରୟୋଗେ ନନ୍ଦନୋପମ କର ଯତନ,

ସେ ଭାବେ ତୋ ଅନୁଭବସ୍ୱଭାବେ ହେବ ସମ୍ଭବ

 

 

 

 

ଭବେ କେମନ୍ତ ଦୁର୍ଲଭ ସୁତ-ରତନ;

ଅନୁକମ୍ପା ଥିବେ ନିୟତ

ସକଳ ଅଭାବ ତୋର ମୋଚନେ ରତ ।୨୪।

 

ମୁନୀନ୍ଦ୍ର-ଆଦେଶ-ମତେତହୁଁ ଚଳିଲେ ସମସ୍ତେ

କମଳ-କୋମଳ ହସ୍ତେ କଳସୀ ଧରି,

କନ୍ୟାମଣ୍ଡଳେ ଜନକ-ସୁତା-କାନ୍ତି ଜକଜକ

ସ୍ଫଟିକ ମଧ୍ୟେ ହୀରକ-ପ୍ରତିଭା ପରି,

ଉପବନେ କଲେ ଗମନ,

ବଢ଼ାଇଲା ବନ-ଶୋଭା ପାଇ ସେ ଧନ ।୨୫।

 

ବନ-ଲକ୍ଷ୍ମୀ-ଦ୍ୱାରେ ସୀତାରାଜନ୍ତେ ସେ ଉଲ୍ଲସିତା

ମତିରେ ହୋଇ ଭୂଷିତା ରବି-କିରଣେ,

ହାସ-ପଲ୍ଲବ ଅଧରେମଞ୍ଜୁ ମଧୁକରଦରେ

ମଣ୍ଡି ଲାଗିଲା ଆଦରେ ଚିତ୍ତ ହରଣେ;

ଅର୍ଘ୍ୟ ଦେଇ ରଙ୍ଗ ସାଳ୍ମଳୀ,

ପାଦ୍ୟ ଦେଲା ଦୁର୍ବାଦଳ ହିମ-ପଟଳୀ ।୨୬।

 

 

 

 

ସ୍ଥଳକମଳ ଆସନ-ଦେଇ, ପ୍ରୀତି ସମ୍ଭାଷଣ

କଲା, ଶାରିକା ଭାଷଣ ଛଳେ ମଧୁରେ;

ଶରଦ ସରସୀ ଜଳଫୁଟାଇ ନବକମଳ

ଅଳିସ୍ୱନେ ଯଥା କଳହଂସ-ବଧୂରେ;

ବୋଇଲା, ‘‘ପାହିଲା ସଜନିଚ

ତୋ-ପଦ ଅରୁଣେ ମୋର ଖେଦ-ରଜନୀ ।୨୭।

 

ତୋତେ ମୁଁ ଭାଗ୍ୟବଶତଃଲଭି ନଭପୁଷ୍ପ ସତ-

କରି ଅସୀମ ଉଷତ ଅନ୍ତଃକରଣେ,

ଚିତ୍ରକୂଟ ଉପତ୍ୟକାସିଦ୍ଧ ସେବିତ ଦଣ୍ଡକା

ପାରାବାର ପାର ଲଙ୍କା ଅଶୋକାରଣ୍ୟେ,

ଆଗେ ଥୋଇ ତୋତେ ଆଦର୍ଶ,

ଘଢ଼ିଲି ପ୍ରୀତି ପ୍ରତିମା ଚଉଦ ବର୍ଷ ।୨୮।

 

ଯେତେବେଳେ ପୁଷ୍ପକରେବାହୁଡ଼ିଗଲୁ ପୁଷ୍କରେ

ଉଭା ହୋଇ ପୁଷ୍ପକରେ ମୃଗନୟନେ,

ଊର୍ଦ୍ଧ୍ୱେ ଚାହିଁ ବିଷାଦରେତୋତେ ମୟୂରୀନାଦରେ

 

 

 

 

ଡାକୁ ଯେ ଥିଲି ସାଦରେ ଦୀର୍ଘ ଅୟନେ,

ସଖୀ କଥା ସ୍ମରି ମନରେ

ଆସିଲୁ କି ସଖି ! ଆଜି ଏତେ ଦିନରେ ।୨୯।

 

ଦୀର୍ଘ ବିରହ ବିଶେଷସହି, ମୁଁ ନ ସହି ଶେଷ

ଚିନ୍ତାରେ ତାପସୀ ବେଶ କରି ଧାରଣ,

ତୋ ହୃଦୟ ଆଦରଶେପ୍ରତିବିମ୍ବି ସ୍ନେହରସେ

ମଜ୍ଜାଇ ତୋତେ ହରଷେ କଲି ବରଣ;

ଧନ୍ୟବାଦ କର ଗ୍ରହଣ;

ଶ୍ରଦ୍ଧା ସହ କଲୁ ଯା’ମୋ’ବାଞ୍ଛା ପୂରଣ ।୩୦।

 

ପାଇଥିଲେ ସାଧୁ ସଙ୍ଗସଦ୍ଭାବ ଚିର ଅଭଙ୍ଗ

ରହେ, ସ୍ଥିର ନୀଳରଙ୍ଗ ଯଦା ଗଗନେ,

ସାଧୁ ମିତ୍ରେ ମନୋରଥକଦାଚ ନ ହୁଏ ବ୍ୟର୍ଥ

ତେଣୁ ମୁଁ ହେଲି ସମର୍ଥ ତୋର ଦର୍ଶନେ;

ଭାଗ୍ୟେ ଥିଲେ ହୁଏ ଏ ଲାଭ,

ଭାଗ୍ୟବତୀ କଲା ସଖି ! ମତେ ତୋ ଭାବ’’ ।୩୧।

 

 

 

 

ବନଶ୍ରୀ ମଧୁ ମୋହନସୀତା ହୃଦୟ ଗହନ

ବିରହ ଦାବ ଦହନ ଶାନ୍ତି କରଣେ,

ନବୀନ ଉଦୀୟମାନଘନ ପଟଳ ସମାନ

ମାନସେ ପ୍ରତୀୟମାନ ହେଲା ସେ କ୍ଷଣେ,

ବୋଇଲେ ଜନକନନ୍ଦିନୀ

‘‘ଆଜୀବନ ହେଲି ତୋର କାରା-ବନ୍ଦିନୀ’’ ।୩୨।